ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଧିରେ ଧିରେ କମୁଛି ହ୍ୱାଟ୍ସଆପର ଚାହିଦା। ହ୍ଵାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଏବେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ହ୍ଵାଟ୍ସଆପ ମଧ୍ୟ ତାର ସଫେଇ ଦେଇଛି । ହେଲେ ନୂଆ ନିୟମକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଥିବାବେଳେ ଏବେ କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରିବେ ।
କେନ୍ଦ୍ର ସରକାର ହ୍ଵାଟ୍ସଆପର ଏହି ନିୟମକୁ ବଦଳାଇବା ପାଇଁ ହ୍ଵାଟ୍ସଆପର ସିଇଓଙ୍କୁ କହିଛନ୍ତି । ସେ ଜାରି କରିଥିବା ନୂଆ ପଲିସି ଅନୁସାରେ, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଫେସବୁକ୍ ତଥା ଅନ୍ୟ ସେବା ସହିତ ଯୋଡ଼ି ହେଲେ ଏହା ସମସ୍ତିଙ୍କ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇବ ।