ସନ୍ଷ୍ଟାର ଟିଭି ବ୍ୟୁରୋ
ଏବେ ଟିକା ନ ନେଲେ ଆଉ ମିଳିବ ନାହିଁ ଟିକା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ବର୍ତ୍ତମାନ ରାଜ୍ୟରେ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ରାଜି ନାହାଁନ୍ତି । ବର୍ତ୍ତମାନ ଯଦି ଏମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ତେବେ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ତେଣୁ ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଦେଶରେ ସ୍ଵାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକା ଦେବାକୁ ସରକାର କହିଥିବାବେଳେ ଏବେବି କେତେକ ସ୍ଵାସ୍ଥ୍ୟକର୍ମୀ ଟିକା ନେବାକୁ ମନା କରିଛନ୍ତି । ତେଣୁ ଟିକା ନେବାକୁ ମନାକଲେ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ, ହୁଏତ ସେମାନଙ୍କୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଟିକା କିଣିବାକୁ ପଡ଼ିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନ ମଧ୍ୟ ବେଶ୍ ସଫଳ ହୋଇଛି ।