ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବ୍ରିସବେନରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ବିସିସିଆଇ ବଡ଼ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।
The @BCCI has announced INR 5 Crore as team bonus. These are special moments for India Cricket. An outstanding display of character and skill #TeamIndia #AUSvIND #Gabba
— Jay Shah (@JayShah) January 19, 2021
ତେବେ ଆଜି ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜରେ ଦମ୍ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଘରୋଇ ପଡିଆରୁ ବିଜୟ ଟ୍ରଫିକୁ ହାତେଇ ଥିଲେ ଭାରତୀୟ ଦଳ । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜିତ ହୋଇଛି । ରିଷଭ ପନ୍ତଙ୍କ ଧୂଆଁଧାର ଇଂନିସ ବଳରେ ଭାରତ ଏହି ସଫଳତା ହାସଲ କରିପାରିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ ଦଳକୁ ଏହି ବିଜୟ ଭେଟିଦେଇଛନ୍ତି ।
ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।