ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: କୋଭିଡ୍-୧୯ ଟିକା ନେବାର ୨୪ ଘଣ୍ଟା ପରେ ଜଣେ ସ୍ଵାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ରବିବାର ସନ୍ଧ୍ୟା ସମୟରେ ଉତ୍ତର ପ୍ରଦେଶର ମୋରାଦାବାଦ ସରକାରୀ ଡାକ୍ତରଖାନାର ଜଣେ ୪୬ ବର୍ଷିୟ କାର୍ଯ୍ୟରତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଛାତି ରୁନ୍ଧି ହୋଇ ଶ୍ଵାସରଦ୍ଧ ହୋଇଯିବାରୁ ଓ୍ଵାର୍ଡ ବୟ ଭାବେ କାମ କରୁଥିବା ମହୀପାଳ ସିଂହଙ୍କର ମୃତ୍ୟୁ ଘଟିଛି । ତେବେ ସେମାନଙ୍କ ପରିବାର ଲୋକ ଟିକା ନେବା ପରେ ସେ ଅସୁସ୍ଥ ଅନୁଭବ କରୁଥିବା କହିଥିବା ବେଳେ ଟିକା ସହ ଉକ୍ତ କର୍ମଚାରୀଙ୍କ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ଉତ୍ତର ପ୍ରଦେଶ ସରକାରଙ୍କ କହିବା ଅନୁସାରେ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ଜନିତ ରୋଗ ଯୋଗୁଁ ହୃତ୍ପିଣ୍ଡକୁ ଆବଶ୍ୟକ ପରିମାଣର ରକ୍ତ ଉଠି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।