ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚାଷୀଙ୍କ ଦ୍ଵାରା ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଏହି ରାଲି ଉପରେ ନିଷ୍ପତି ନେବାକୁ ଯାଇ କହିଛନ୍ତି ଦିଲ୍ଲୀର ଆଇନ ଶୃଙ୍ଖଳା ଦିଲ୍ଲୀ ପୁଲିସ ଉପରେ ନିର୍ଭର କରେ । ତେଣୁ ପରେଡ ପାଇଁ ପୁଲିସର ଅନୁମତି ନେବା ପରେ ରାମଲୀଲା ମୈଦାନରେ ଚାଷୀମାନେ ପ୍ରଦର୍ଶନ କରିପାରିବେ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ଆଉ ଏକ ଶୁଣାଣି କରାଯିବ ।
ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାଁ ସେ ଉପରେ ସମସ୍ତଙ୍କ ନଜର ରହିଥିଲା । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଯାଇଥିଲା । ପିଟିସନରେ କୁହାଯାଇଥିଲା ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ ।
ପ୍ରାୟ ଦେଢମାସ ହେବ ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାଦାର ଦାବିରେ ରାଜରାସ୍ତାରେ ଆନ୍ଦୋଳନରତ ଅଛନ୍ତି ଚାଷୀ ସଂଗଠନ । କୃଷକ ଓ ସରକାରଙ୍କ ମଧ୍ୟରେ ନଅ ଥର ବୈଠକ ହୋଇସାରିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ତେବେ ଦାବି ପୂରଣ ଦାବି ପୂରଣ ପାଇଁ ୨୦୨୪ ମେ’ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।