ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଓଡିଆ ପୁଅ ହେବାକୁ ଯାଉଛନ୍ତି ଭାରତୀୟ ସେନାର ଭାଇସ ଚିଫ୍ । ଓଡିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ମିଳିବାକୁ ଯାଉଛି ବଡ ଦାୟିତ୍ଵ । ଜଗତସିଂହପୁରର ଜୟବଡଠାରେ ଜନ୍ମଗ୍ରହଣ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁୟାରୀ ୩୧ରେ ସେ ଏହି ଦାୟିତ୍ଵ ଗ୍ରହଣ କରିବେ ।
ତେବେ ଭାରତୀୟ ସେନାର ୪୨ତମ ଲେଫ୍ଟନାଣ୍ଟ ଜେନେରାଲ ଅଟନ୍ତି । ଭାଇସ୍ ଚିଫ୍ ପଦରେ ସମ୍ମାନୀତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଅଫିସର । ୧୯୮୨ ବ୍ୟାଚ ରାଜପୁତ ରେଜିମେଣ୍ଟର ପଦାତିକବାହିନୀ ଅଧିକାରୀ ।
ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।ଆସାମରେ ଚାଲିଥିବା ‘ଅପରେସନ୍ ଅଲ୍ କ୍ଲିୟରର’ ମୁଖ୍ୟ ଥିବା ସହିତ ଆସାମକୁ ଉଲ୍ଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିଥିଲେ,ଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ସେ ଚୀନ, ଦକ୍ଷୀଣ ଏସିଆ ଓ ଉତ୍ତର –ପୂର୍ବ ଦେଶ ଉପରେ ମଧ୍ୟ ଗବେଷଣା କରିଛନ୍ତି ।