ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହି ଘଟଣାରେ ବିଜେପି ନେତା ସଞ୍ଜୟ ମହାନ୍ତିଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କଲାପରେ ଏଥିରେ ବିଜେପିର ସମ୍ପୃକ୍ତି ଥିବା କୁହାଯାଉଛି । ଏହି ଘଟଣାକୁ କେବଳ କଂଗ୍ରେସ ନେତାମାନେ ନୁହଁନ୍ତି ବିଜେଡି ନେତାମାନେ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ।
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହି ଘଟଣାରେ ବିଜେପି ନେତା ନିଜର ଅସଲି ରଙ୍ଗ ଦେଖାଇଛନ୍ତି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ର ଓ ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ ।
Strongly condemn the attack on #Odisha Pradesh Congress President Niranjan Patnaik and his PSO by BJP Yuva Morcha’s Kendujhar District Secretary, Sanjay Mohanty. It shows the true colour of BJP and their leaders. There is no place for violence in democracy and civil society.
— Pranab Prakash Das (@pranabpdas) January 18, 2021
ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହି ଘଟଣା ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ନିରଞନ ପଟ୍ଟନାୟକ କେନ୍ଦୁଝର ଫେରୁଥିବା ସମୟରେ କାଶୀପୁର ନିକଟରେ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଆକ୍ରମଣ ଉଦ୍ୟମ କରିଥିଲେ । ନିରଞ୍ଜନଙ୍କ ସୁରକ୍ଷା ପାଇଁ ଆଗକୁ ଆସିବାରୁ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ। ଏହି ଘଟଣା ପାଇଁ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କୁ ଗିରଫ କରାଯାଇଛି ।