ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍ ଥାନାରେ ଏତଲା ହୋଇଛି । ଥାନାରେ ଅଭିଯୋଗ ପରେ ସଞ୍ଜୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ତାଙ୍କ ସହ ମୋଟ୍ ୫ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ନିରଞନ ପଟ୍ଟନାୟକ କେନ୍ଦୁଝର ଫେରୁଥିବା ସମୟରେ କାଶୀପୁର ନିକଟରେ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଆକ୍ରମଣ ଉଦ୍ୟମ କରିଥିଲେ । ନିରଞ୍ଜନଙ୍କ ସୁରକ୍ଷା ପାଇଁ ଆଗକୁ ଆସିବାରୁ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ ।