ସନ୍ଷ୍ଟାର ଟିଭି ବ୍ୟୁରୋ
ଶୀତଦିନେ ତ୍ୱଚା ସାଧାରଣତଃ ଶୁଷ୍କ ହୋଇଥାଏ। ଏହିଦିନେ ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ଯ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
- ଏହିଦିନେ ଉଷୁମ ପାଣି ପିଇବା ସହ ଉଷୁମ ପାଣିରେ ସ୍ନାନ କରନ୍ତୁ। ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ସହଜରେ ହୋଇନଥାଏ।
- ଶୀତଦିନେ ମୁହଁ ଓ ଶରୀରକୁ ନଡିଆତେଲରେ ଭଲରେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଫାଟିନଥାଏ।
- ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ଏହାପୂର୍ବରୁ ସନ କ୍ରିମ ନିଶ୍ଚୟ ଲଗାନ୍ତୁ।
- ଶୀତଦିନେ ଅଲିଭ ଅଏଲରେ ନିଶ୍ଚୟ ଶରୀରକୁ ମାଲିକ କରନ୍ତୁ। ଏହି ଦିନେ ମୁହଁରେ ଏଲୋବେରା ଜେଲ ନିଶ୍ଚୟ ଲଗାନ୍ତୁ।
- ଅମୃତଭଣ୍ଡାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ହିତକାରକ।
- ତ୍ୱଚା ଅଧିକ ଶୁଷ୍କ ହେଉଥିଲେ ବାଦାମତେଲ ନିଶ୍ଚୟ ମୁହଁରେ ଲଗାନ୍ତୁ।
- ଦହିକୁ ପ୍ରାକୃତିକ ମଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।