ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦୁଝର: ଦୀର୍ଘ ୧୦ ମାସ ପରେ ମା’ ତାରିଣୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତାକାଲି ସକାଳ ୮ଟାରେ ଖୋଲିବ ଘଟଗାଁ ର ମନ୍ଦିର। ପ୍ରଥମେ ମନ୍ଦିର ପୂଜକଙ୍କ ପରିବାର ଦର୍ଶନ କରିବା ପରେ ସାଧାରଣ ଲୋକଙ୍କ ମା’ଙ୍କ କୃପା ଲାଭ କରିବେ। ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପରି କିଛି କଟକଣା ଲାଗୁ କରାଯାଇଛି।
କଟକଣା ଭିତରେ ତାରିଣୀ ମନ୍ଦିର ଖୋଲିବା ପାଇଁ ମନ୍ଦିର ଟ୍ରଷ୍ଟକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି।
ଦର୍ଶନ ସମୟ:
ଦିନ ୮ଟାରୁ ୧୨ଟା ୩୦ ମିନିଟ
ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ
ସକାଳ ୮ଟାରୁ ୯ଟା ଯାଏ ପୁଜକ ପରିବାର କରିବେ ଦର୍ଶନ
୩ ନଂ ଗେଟ ଦେଇ ଧାଡି ପ୍ରବେଶ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ମନା
ମନ୍ଦିର ପରିସରରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ
ଭକ୍ତଙ୍କୁ କରାଯିବ ସାନିଟାଇଜ୍
ଥରକେ ୨୫ରୁ ୩୦ ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି
ଲାଗିବ ନାହିଁ ଭୋଗ, ନଡିଆ, ଧୂପ, ଦୀପ
ମା’ଙ୍କ ଚନ୍ଦନ, ସିନ୍ଦୁର ଗ୍ରହଣକୁ ବାରଣ
୫ ନଂ ଗେଟରେ ହେବ ଗାଡି ପୂଜା