ସନ୍ଷ୍ଟାର ଟିଭି ବ୍ୟୁରୋ
ଜୟପୁର: ମଧ୍ୟ ରାତ୍ରିରେ ରାଜସ୍ଥାନର ଜାଲୌର ଜିଲ୍ଲାରେ ଘଟିଯାଇଛି ଏକ ବଡ ଦୁର୍ଘଟଣା। ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଳିଗଲା ଚଳନ୍ତା ବସ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଅଛନ୍ତି। ସ୍ଥାନୀୟ ମହେଶପୁର ନିକଟରେ ଅଘଟଣ ଘଟିଥିବା ସୂଚନା ମିଳିଛି।
ପୋଲିସର କହିବା ଅନୁସାରେ, ଶନିବାର ମଧ୍ୟରାତ୍ରିରେ ବସ ଗାଁ ଭିତରକୁ ପଶିଥିଲା। ଆଉ ତଳେ ନଇଁଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷ ରେ ଆସି ଜଳିଯାଇଥିଲା। ପରେ ବିଦ୍ୟୁତ ବିଭାଗକୁ ଖବର ଦେଇ ବିଜୁଳି କାଟ କରାଯାଇ ଲୋକଙ୍କୁ ଉଦ୍ଧାର କରାଗଲା। ତେବେ ଜଳିଯିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୩ ଗୁରୁତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Rajasthan: Six died and seven injured as a bus caught fire after coming in contact with electric wire in Maheshpur of Jalore district, late last night (January 16).
"The injured have been referred to Jodhpur", said Additional District Collector, Jalore. pic.twitter.com/TCXNVpImqv
— ANI (@ANI) January 16, 2021