ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତା ୨୧ ତାରିଖରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ । ଜଗା ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ହେଲେ ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ।
ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀବାସୀ ଦର୍ଶନ କରିବେ । ପ୍ରଥମ ୨/୩ ଦିନ ମାର୍କେଟଛକରୁ ଦର୍ଶନାର୍ଥୀଙ୍କ ପାଇଁ ହେବ ଲାଇନର ବ୍ୟବସ୍ଥା । ତେବେ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।