ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଯୁଦ୍ଧର ମୁଖ୍ୟ ଅସ୍ତ୍ର ଆଜିଠୁ ବ୍ୟବହାର ହେବାକୁ ଯାଉଛି । କରୋନାର ମୁକାବିଲା ପାଇଁ ଦେଶବାସୀଙ୍କୁ ଦିଆଯିବ କରୋନା ଟିକା । ଆଜି ଭିଡିଓ କନ୍ଫେର୍ସିଙ୍ଗ ଜରିଆରେ କରୋନା ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ତେବେ ଏହି ଅବସରରେ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କ କଠୋର ପରିଶ୍ରମର ଫଳ ହେଉଛି କରୋନା ଟିକା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେ ଆଉ ମଧ୍ୟ କହିଛନ୍ତି ଯେ ଭାରତର ବୃହତ୍ତମ ଟିକାକରଣ ହେଉଛି କରୋନା ଟିକାକରଣ । ଇତିହାସରେ ଏଭଳି ବୃହତ୍ତମ ଟିକାକରଣ ପୂର୍ବରୁ କେବେ କରାଯାଇନଥିଲା । ଦୁନିଆରେ ୧୦୦ରୁ ଅଧିକ ଦେଶ ଅଛି ଯାହାର ଜନସଂଖ୍ୟା ୩ କୋଟିରୁ କମ୍ ରହିଛି । କିନ୍ତୁ ଭାରତରେ ପ୍ରଥମ ପର୍ଯ୍ୟାୟରେ ହିଁ ୩କୋଟି ଲୋକଙ୍କୁ ଟିକାକରଣ କରାଯିବ । ଦ୍ଵିତୀୟ ପର୍ଯ୍ୟାୟରେ ୩୦ କୋଟି ସଂଖ୍ୟାର କରୋନା ଟିକାକରଣ କରାଯିବ । ବୟସ୍କ, ଗୁରୁତର ରୋଗରେ ପୀଡିତ ରୋଗୀମାନଙ୍କୁ ଏହି ପର୍ଯ୍ୟାୟରେ ଟିକା ଦିଆଯିବ ।
କରୋନାକୁ ନେଇ ଆମର ଲଢେଇ ଆତ୍ମନିର୍ଭର ଓ ଆତ୍ମବିଶ୍ଵାସ ଉପରେ ନିର୍ଭ କରେ । ଏଭଳି କଠୋର ପରିସ୍ଥିତିରେ ନିଜର ଆତ୍ମବିଶ୍ଵାସକୁ ଭାରତୀୟ ମାନେ ଦୁର୍ବଳ ହେବାକୁ ଦେଇନଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।