ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶୁଭାରମ୍ଭ ହୋଇଛି ଓଡିଶାର ପ୍ରଥମ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍ ‘ସ୍ୱାସ୍ଥ୍ୟ ପ୍ଲସ୍’ । ଏବେ ଘରେ ବସି ଆଣ୍ଡ୍ରୋଏଡ ମୋବାଇଲ ମାଧ୍ୟମରେ ପାଇପାରିବେ ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର । ତେବେ ଏହି ମାଗାଜିନରେ ଓଡ଼ିଶାର ଜଣାଶୁଣା ଡାକ୍ତରଙ୍କ ସାକ୍ଷାତକାର, ସ୍ୱାସ୍ଥ୍ୟ ସଚେତନତା, ଡାକ୍ତରଙ୍କ ସ୍ୱାସ୍ଥ୍ୟ ଟିପ୍ସ, ମହାମାରୀ କରୋନା ସମ୍ପର୍କିତ ସମସ୍ତ ତଥ୍ୟ, ବିଭିନ୍ନ ସଂକ୍ରମଣ ଓ ରୋଗ ପ୍ରତିଷେଧକ, ପ୍ୟାରେଣ୍ଟିଂ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷକ ତତ୍ତ୍ଵ, ସ୍ଵାସ୍ଥ୍ୟ ସମ୍ପର୍କିତ ଅନେକ ସୂଚନା ରହିଛି ବୋଲି ସୂଚନା ମିଳିଛି ।
https://bit.ly/SubscribeToSwasthyaPlusOdia ଲିଙ୍କ ଜରିଆରେ ପ୍ରତି ମାସରେ ମାଗାଜିନର ଫ୍ରି ସବସ୍କ୍ରିପସନ ହ୍ୱାଟସଆପରେ ଓ https://t.me/SwasthyaPlusOdia ଲିଙ୍କରେ ଟେଲିଗ୍ରାମ ଆପ୍ରେ ମାଗାଜିନ୍ ପାଇ ପାରିବେ । ବିନା ଶୁଳ୍କରେ ଏହି ମାଗାଜିନ୍କୁ ପଢ଼ିହେବ ।
ମାଗାଜିନର ଶୁଭାରମ୍ଭ ସମୟରେ ସ୍ୱାସ୍ଥ୍ୟ ପୋର୍ଟାଲର ସିଇଓ ସିଦ୍ଧାର୍ଥ ରଥ କହିଛନ୍ତି ଯେ ଓଡ଼ିଆ ଭାଷାରେ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଡିଜିଟାଲ ମାଗାଜିନ୍ର ଆବଶ୍ୟକତା ଥିଲା । ମୋବାଇଲ୍ ମାଧ୍ୟମରେ ଲୋକ ନିଜର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି । ସ୍ୱାସ୍ଥ୍ୟ ସୂଚନା ହେଉ କି ସିଧାସଳଖ ଡାକ୍ତରଙ୍କ ମୁହଁରୁ ଆସୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରୁଛନ୍ତି ସ୍ୱାସ୍ଥ୍ୟ ପ୍ଲସ୍ ଟିମ ।
ପିଲାଙ୍କ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ, ବୟସ୍କ ନାଗରିକଙ୍କ ସୁସ୍ଥ ଜୀବନ ଧାରା, ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ, ଖାଦ୍ୟ ରୁଚି, ବ୍ୟାୟାମ ଓ ଫିଟନେସ୍, ରୂପଚର୍ଯା ଭଳି ବ୍ୟାପକ ବିଷୟକୁ ନେଇ ପ୍ରସ୍ତୁତ ସ୍ୱାସ୍ଥ୍ୟ ପ୍ଲସ୍ ମାଗାଜିନ୍ ବିଭିନ୍ନ ବୟସ, ବର୍ଗ ଓ ରୁଚିର ଲୋକଙ୍କ ପାଇଁ ଏକ ଉପାଦେୟ ଡିଜିଟାଲ୍ ମାଗାଜିନ୍ ହୋଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ପ୍ଲସର ସମ୍ପାଦନା ମଣ୍ଡଳୀ ।