ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କ ନାମରେ ଯୋଡା ହୋଇଛି ଆଉ ଏକ ଜାତୀୟ ସମ୍ମାନ ।ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନମ୍ବର ୱାନ୍ ସ୍ଥାନରେ ରହିବା ପରେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଜେଡି କର୍ମୀମାନେ ନବୀନ ନିବାସକୁ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ଵିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭେରୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନମ୍ବର ୱାନ୍ ସ୍ଥାନରେ ରହିଛନ୍ତି । । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ । ସର୍ଭେ ଅନୁସାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଥିବାବେଳେ ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରହିଛନ୍ତି । ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିବାବେଳେ ଅଷ୍ଟମ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ।
 
Congratulate Hon’ble CM @Naveen_Odisha on being chosen as the best CM of India in @ABPNews and #CVoter #DeshKaMood survey. People have showered their love on him for continuously standing up to their expectations & bringing real transformation in their lives. #IndiasBestCMNaveen pic.twitter.com/CF4FNUBPX6
— Pranab Prakash Das (@pranabpdas) January 15, 2021
💐#ଅଭିନନ୍ଦନ ଓ #ଶୁଭେଚ୍ଛା #ସାର୍ 💐@Naveen_Odisha @BJD4Odisha @CMO @SMEOdisha pic.twitter.com/dMkx3Ao4MF
— Samir Ranjan Dash (@samirdash01) January 16, 2021