ସନ୍ଷ୍ଟାର ଟିଭି ବ୍ୟୁରୋ
ଚୀନ: ନିଜର ଉତ୍ପତ୍ତି ସ୍ଥଳରେ କରୋନା ଦେଖାଇଲା ନିଜର ନୂଆ ରୂପ । ଚୀନରେ ଦେଖାଯାଇଛି କରୋନାର ନୂଆ ଷ୍ଟ୍ରେନ । ଏଥିପାଇଁ ଚାଇନା ଲକ୍ଷ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଛି । ଚାଇନାର ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳ ହେବେଇ ପ୍ରଦେଶରେ କୋଭିଡ୍ ୧୯ର ନୂଆ ରୂପ ମିଳିଛି ।ହେବେଇର ରାଜଧାନୀ ସିଜିଆଜୁହାଙ୍ଗ ଏବଂ ଚାଇନାର ଉତ୍ତରପୂର୍ବ ହେଇଲୋଙ୍ଗଜିଆଙ୍ଗରେ ନୂଆ ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି । ହେବେଇରେ କୋଭିଡ୍-୧୯ର ନୂଆ ମାମଲା ଜାନୁଆରୀ ୩ରେ ଦେଖାଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଗତବର୍ଷ ନଭେମ୍ବରରୁ ବ୍ୟାପିବା ଆରମ୍ଭ କରିଛି । ତେବେ, ଏହି ମାମଲା ନିର୍ଦ୍ଦିଷ୍ଟ ଭାବେ କେଉଁଠାରୁ ବ୍ୟାପିବା ଆରମ୍ଭ କରିଛି ଜଣାପଡ଼ିନାହିଁ । ତେବେ, ବିଦେଶରୁ ଏହା ବ୍ୟାପିଥିବା ବେଜିଂ କହିଛି ।
ଚାଇନାର ଉତ୍ତରପୂର୍ବରେ ବ୍ୟାପୁଥିବା ସଂକ୍ରମଣ ସ୍ଥାନୀୟ ଉପକୂଳ ସହର ଡଲିଆନରୁ ବ୍ୟାପିଥିବା କୁହାଯାଉଛି । ଡଲିଆନରେ ଏହି ଭାଇରସର ଏକାଧିକ ସ୍ଥାନୀୟ ସଂକ୍ରମଣ ମାମଲା ମିଳିଥିବା ବେଳେ ଋଷିଆର କାର୍ଗୋରେ ବି ସମାନ ମାମଲା ମିଳିଥିଲା ।ତେବେ ଭାରତ ଏବେ କରୋନାକୁ ନେଇ ଆଶ୍ଵସ୍ତି ଲାଭ କରିଛି । ଆଜି ଦେଶର ସ୍ଵାସ୍ଥ୍ୟକର୍ମୀମାନଙ୍କୁ କରୋନା ଟିକା ଦିଆଯାଇଛି