ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରିସ୍ବେନ୍: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସ୍ବେନ୍ର ଗ୍ୟାବାରେ ଚାଲିଥିବା ୪ର୍ଥ ଟେଷ୍ଟ୍ର ଦ୍ୱିତୀୟ ଦିନରେ ଭାରତର ଯୁବ ବୋଲରଙ୍କ ଚମତ୍କାର ବୋଲିଂରେ ଘାତକ କଙ୍ଗାରୁ ଦଳର ଶେଷ ୫ ବ୍ୟାଟ୍ମ୍ୟାନ ମାତ୍ର ୯୪ ରନ କରି ପଡିଆରୁ ବିଦା ହୋଇଛନ୍ତି । ଏଥିସହିତ ମାତ୍ର ୩୬୯ ରନ କରି ଅଷ୍ଟ୍ରେଲିଆ ବାହିନୀ ଅଲ୍ ଆଉଟ୍ ହୋଇଯାଇଛନ୍ତି । ୧୧ ରନ୍ କରିଥିବା ଜୋସ୍ ହେଜଲ୍ଉଡ୍ସ୍ଙ୍କୁ ଭାରତୀୟ ବୋଲର୍ ଟି. ନଟରାଜନ୍ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆର ଶେଷ ଉଇକେଟ୍ର ପତ୍ତନ ଘଟିଥିଲା । ପ୍ରଥମ ଇନିଙ୍ଗ୍ସ୍ରେ ଅଷ୍ଟ୍ରେଲିଆ ଖେଳାଳିମାନେ ୧୧୫.୨ ଓଭର୍ ଖେଳିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଟି. ନଟରାଜନ, ଶାର୍ଦ୍ଦୁଳ ଠାକୁର ଏବଂ ଓ୍ଵାସିଙ୍ଗଟନ ଠାକୁର ୩-୩ ଓ୍ଵିକେଟ ହାତେଇଥିଲେ ।ମହମ୍ମଦ ସିରାଜ ମଧ୍ୟ ଗୋଟିଏ ଓ୍ଵିକେଟ ନେବାରେ ସକ୍ଷମ ହୋଇଥିଲେ ।
ଏହା ପରେ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ରୋହିତ ଶର୍ମା ଏବଂ ଶୁଭମ୍ ଗିଲ୍ ଓପେନର୍ ଭାବେ ଭାରତର ଇନିଙ୍ଗ୍ସ୍ ଆରମ୍ଭ କରିଥିଲେ । ୭ ରନ୍ କରି ଶୁଭମ୍ ଗିଲ୍ ପ୍ୟାଟ୍ କ୍ୟୁମିନ୍ସ୍ଙ୍କଦ୍ୱାରା ଆଉଟ୍ ହୋଇଛନ୍ତି ଓ ରୋହିତ ଶର୍ମା ୪୪ ରନ୍ କରି ନାଥନ ଲିଓନ ବଲ୍ରେ ଆଉଟ୍ ହୋଇଥିଲେ । ତେବେ ବର୍ଷା ପାଇଁ ଖେଳ ଏବେ ସ୍ଥଗିତ ରହିଥିବା ବେଳେ ୨ ଓ୍ଵିକେଟ ପତନରେ ଭାରତୀୟ ଦଳ ୬୨ ରନ ସଂଗ୍ରହ କରିଥିଲେ ।