ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ଇଣ୍ଡୋ-ଜର୍ମାନ୍ ଫୋକାଲ ପଏଣ୍ଟ ପକ୍ଷରୁ ହୋଟେଲ ପ୍ରେସିଡେନ୍ସିରେ ଏକ କର୍ମଶିବିର ଆୟୋଜିତ ହୋଇଯାଇଛି । କରୋନା ମହାମାରୀର କରାଳ ରୂପ ସମସ୍ତଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଏବଂ ନିଜସ୍ଵ ବ୍ୟବସାୟ ଉପରେ ଏହା କିଭଳି ପ୍ରଭାବ ପକାଇଥିଲା ତାହା ନେଇ ଏଠାରେ ଆଲୋଚନା କରାଯାଇଛି । ଏହି ଅବସରରେ ଇଣ୍ଡୋ-ଜର୍ମାନ୍ ଫୋକାଲ ପଏଣ୍ଟର ମୁଖ୍ୟ ଶ୍ରୀଯୁକ୍ତ ବି.କେ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ କୁମାର ସାହୁ, ସାଂସଦ ଶ୍ରୀଯୁକ୍ତ ସୁବାଷ ସିଂ, ପୂର୍ବତନ ସାଂସଦ ଡ. ଆର୍.ସି ଖୁଣ୍ଟିଆ, ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍ଗୋ ଓ ଏମ୍ଏସ୍ଏମ୍ଇ ସଚିବ ଶ୍ରୀଯୁକ୍ତ ଉଦୟ ନାରାୟଣ ଦାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଯୋଗ ଦେଇ ସେମାନଙ୍କ ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ଇଣ୍ଡୋ-ଜର୍ମାନ୍ ଫୋକାଲ ପଏଣ୍ଟ ୨୦୨୧ର ଏକ କ୍ୟାଲେଣ୍ଡ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଦର୍ଶନ ଶୂନ୍ୟ ସାତଟି ସୁବର୍ଣ୍ଣ ନିୟମର ଏକ ବୁକଲେଟ ଉନ୍ମୋଚନ କରାଯାଇଛି । ତେବେ ପରିଶେଷରେ ଡ. କେ କେ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ ।