ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଭାରତରରେ କରୋନା ଟିକାକରଣକୁ ନେଇ କରାଯାଉଛି ରାଜନୀତିକରଣ । ବିରୋଧି ଦଳ ତଥା କଂଗ୍ରେସ ନେତା ମନିଷ ତିଓ୍ବାରୀ ଓ ବିଜେପି ନେତା ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ତିକ୍ତତା ଦେଖିବାକୁ ମିଳିଛି ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରି ମନିଷ ତିଓ୍ବାରୀ କହିଛନ୍ତି ଯେ ଟିକାକୁ ନେଇ ତାଙ୍କ ଦଳ ଯେଉଁ ଆଶଙ୍କା କରୁଛି ତାହା କଳ୍ପନାଜନୀତ ନୁହେଁ, ବରଂ ସତ୍ୟତା ଉପରେ ଆଧାରିତ । ନରଓ୍ବେରେ କ’ଣ ହେଲା ତାହା ଦେଖ । ତାହା ଏକ ଅଲଗା ଟିକା ହୋଇପାରେ, କିନ୍ତୁ ଜାତୀୟତାବାଦ ପଛରେ ଟିକା ଲୁଚି ପାରିବ ନାହିଁ ।
ତେବେ ଏହାର ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଟିକାକୁ ନେଇ ଅବିଶ୍ୱାସ ଓ ଗୁଜବ ପ୍ରଚାର କରିବା ମନୀଷ ତିୱାରୀ ଓ କଂଗ୍ରେସ ଦଳର ଅଭ୍ୟାସ ବୋଲି କହିଥିଲେ ।ଯାହାର ଉତ୍ତରରେ କରୋନା ଟିକା ନେଇ ନରଓ୍ବେରେ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇବା କଥା ମନେପକାଇଥିଲେ ମନିଷ ।
ସୂଚନାଯୋଗ୍ୟ, ନରଓ୍ବେରେ ଫାଇଜର ଟିକା ନେଇ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଲୋକମାନେ ପ୍ରଥମ ପର୍ଯ୍ୟାୟ ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଯାଇଥିଲେ ଓ ପ୍ରାଣ ହରାଇଥିଲେ । ଟିକା ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନେ ମୃତ୍ୟୁବରଣ କରିଥିବା ଶବ ବ୍ୟବଚ୍ଛେଦ ପରେ ଜଣାପଡିଥିଲା ।ଏହା ପରେ ନରଓ୍ବେ ଟୀକାକରଣକୁ ବନ୍ଦ କରିବା ସହ ଫାଇଜର ଟିକା ବୟସ୍କ ଓ ରୋଗୀ ଲୋକମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ନରଓ୍ବେ ସରକାର ।
Dear Dr @drharshvardhan
Concerns that I have articulated are real & not imagined. It is not fear Mongering.Look what is happening in Norway. It may be a different vaccine but do not hide behind vaccine nationalism. ANS QUES’s
Expected better of you Sir https://t.co/VFo1fXEEa9 https://t.co/eSWUxpmrvU— Manish Tewari (@ManishTewari) January 16, 2021