ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କରୋନାଭାଇରସ୍ ଟିକା କୋଭାକ୍ସିନ୍ ନେବାଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ଠାରେ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ, ତେବେ ତାଙ୍କୁ କ୍ଷତିପୂରଣ ଦିଆଯିବ। ଆଜି ଟିକାକରଣ କେନ୍ଦ୍ରମାନଙ୍କରେ ବଣ୍ଟନ କରାଯାଇଥିବା ସମ୍ମତି ଫର୍ମର ସର୍ତ୍ତାବଳିରେ ଏପରି ଉଲ୍ଲେଖଥିବା ଦେଖାଯାଇଛି ।
ଏହି ଟିକା ନେବା ପରେ ଯଦି ହିତାଧିକାରୀଙ୍କ ଠାରେ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟା ଉପୁଜେ ତେବେ ତାଙ୍କୁ ସରକାରୀ ସ୍ୱୀକୃତି ଓ କ୍ଷମତାପ୍ରାପ୍ତ କେନ୍ଦ୍ର କିଂବା ଡାକ୍ତରଖାନାମାନଙ୍କରେ ଚିକିତ୍ସା ଯୋଗାଇ ଦିଆଯିବ । ଟିକା କ୍ରୟ ନିମନ୍ତେ ସରକାର ଦେଇଥିବା ବରାଦରେ ଉଲ୍ଲେଖ ଅଛି ଯେ, ସମସ୍ତ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଲାଗି କମ୍ପାନିମାନେ ଦାୟୀ ରହିବେ।
ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ନିମନ୍ତେ ଅନୁମୋଦନ ପାଇଥିବାରୁ କୋଭାକ୍ସିନ୍ ନେବାକୁ ଇଚ୍ଛୁକ ହିତାଧିକାରୀମାନଙ୍କୁ ଏକ ସମ୍ମତି ଫର୍ମରେ ସ୍ୱାକ୍ଷର କରିବାକୁ ପଡ଼ିବ। ଏହି ଟିକା ନେଇଥିବା ହିତାଧିକାରୀଙ୍କୁ ଏକ ‘ଫ୍ୟାକ୍ଟ୍-ସିଟ୍’ ଏବଂ ଏକ ‘ଆଡ୍ଭର୍ସ ଇଫେକ୍ଟ୍ ସିଟ୍’ ଦିଆଯିବ। ଟିକା ନେବାର ପ୍ରଥମ ୭ ଦିନ ମଧ୍ୟରେ ହୋଇଥିବା ଜ୍ୱର, ଯନ୍ତ୍ରଣା ଏବଂ ଲାଲ୍ ପଡ଼ିଯିବା ଆଦି କଥା ସେଥିରେ ସେମାନେ ଉଲ୍ଲେଖ କରିବେ।