ସନ୍ଷ୍ଟାର ଟିଭି ବ୍ୟୁରୋ
ଖିରି ଖାଇବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ପରିବାରେ ବି ବନିପାରେ ଖିରି ।ଫୁଲ କୋବିରେ ମଧ୍ୟ ବନାଇହୁଏ ସ୍ଵାଦିଷ୍ଟ ଖିରି ।କମ୍ ସମୟ ମଧ୍ୟରେ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ଏହି ଖିରି । ତେବେ ଆସନ୍ତୁ ଜାଣିବା କିପରି ବନାଇବା ଏହି ସ୍ଵାଦିଷ୍ଟ ଫୁଲକୋବି ଖିରି ।
ଉପାଦାନ
ଫୁଲକୋବି, ଘିଅ, କ୍ଷୀର, ମିଲ୍କମେଡ୍, କାଜୁ, ପିସ୍ତା, କିସ୍ମିସ୍
ପ୍ରସ୍ତୁତ ପ୍ରଣାଳୀ
- ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ସେଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ ।
- ଏହାପରେ କଡେଇରେ ଘିଅ ଗରମ କରି ସେଥିରେ କଟା ହୋଇ ରଖାଯାଇଥିବା କୋବିକୁ ଭାଜିଦିଅନ୍ତୁ ।
- ଏକ କଡେଇରେ କ୍ଷୀରକୁ ଭଲଭାବରେ ଫୁଟାଇ ସେଥିରେ ଚିନି ପକାନ୍ତୁ ।
- କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଭଜା ହୋଇ ରଖାଯାଇଥିବା ଫୁଲକୋବିକୁ ପକାନ୍ତୁ ।
- ଏହାପରେ ଏଥିରେ ମିଲ୍କମେଡ୍, କାଜୁ, ପିସ୍ତା, କିସ୍ମିସ୍ ପକାଇ ପୁଣି ଥରେ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ ।
- ଏହାପରେ ପ୍ରସ୍ତୁତ ହୋଇଯିବ ସ୍ଵାଦିଷ୍ଟ ‘ଫୁଲକୋବି ଖିରି’ ।