ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲୋକପ୍ରିୟତାର ମୁକାବିଲା କରିବା ପାଇଁ ବିରୋଧୀ ଦଳର କୌଣସି ନେତା ନଜରକୁ ଆସୁନାହାଁନ୍ତି । ୨୦୧୪ ପରେ ଦେଶରେ ପିଏମ ମୋଦି ଦେଶର ସବୁଠାରୁ ଲୋକପ୍ରିୟ ନେତା ରହିଆସୁଛନ୍ତି । ଏହି ସମୟ ମଧ୍ୟରେ ବହୁ ସଂସ୍ଥା ଦ୍ୱାରା ସର୍ଭେ କରାଯାଇଛି । ଆଉ ଏହି ସମସ୍ତ ସର୍ଭେରେ ମୋଦିଙ୍କୁ ଟକ୍କର ଦେବା ଭଳି କେହିଁ ନଜରକୁ ଆସିନାହାଁନ୍ତି । ଏହି କ୍ରମରେ ବର୍ତ୍ତମାନ ଦେଶର ଏକ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ଦେଶର ମୁଡ୍ ଜାଣିବା ପାଇଁ ସର୍ଭେ କରିଛି । ଯେଉଁଥିରେ ପିଏମ ମୋଦିଙ୍କୁ କେଉଁ ବିରୋଧୀ ଦଳର ନେତା କେତେ ଟକ୍କର ଦେଉଛନ୍ତି । ତାହା ସାମ୍ନାକୁ ଆସିଛି ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଚର୍ଚ୍ଚିତ ବିରୋଧୀଦଳ ନେତାଙ୍କ ମଧ୍ୟରେ ଗଣା ଯାଇଥାଏ । ଏବିପି ନ୍ୟୁଜ୍ ଦେଶର ମୁଡ୍ ଜାଣିବା ପାଇଁ ଏକ ସର୍ଭେ କରିଛି । ଏହି ସର୍ଭେରେ ଏବିପି ନ୍ୟୁଜ୍ ଜନସାଧାରଣଙ୍କୁ ପ୍ରଶ୍ନ କରିଛି ଯେ ଭବିଷ୍ୟତରେ ବିରୋଧୀ ଦଳର କେଉଁ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଇପାରନ୍ତି ।
ସର୍ଭେ ଅନୁଯାୟୀ, ୨୫.୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ ଯଦି କେହି ପିଏମ ମୋଦିଙ୍କୁ ଟକ୍କର ଦେଇପାରିବେ, ତେବେ ସେ ହେଉଛନ୍ତି ରାହୁଲ ଗାନ୍ଧୀ । ଏଥି ସହିତ ୨୧.୯ ପ୍ରତିଶତ ଲୋକ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇପାରନ୍ତି । କେବଳ ଏତିକି ନୁହେଁ ୭.୯ ପ୍ରତିଶତ ଲୋକ କହିଛନ୍ତି ଯେ ମମତା ବାନାର୍ଜୀ ଭବିଷ୍ୟତରେ ପିଏମ ମୋଦିଙ୍କୁ ଟକ୍କର ଦେଇପାରନ୍ତି ।
ଭବିଷ୍ୟତରେ ପିଏମ ମୋଦିଙ୍କ ବିକଳ୍ପ କାହାକୁ ମନେ କରାଯାଉଛି?
1.ରାହୁଲ ଗାନ୍ଧୀ -୨୬ ପ୍ରତିଶତ
2.ଅରବିନ୍ଦ କେଜ୍ରିୱାଲ -୨୨ ପ୍ରତିଶତ
3.ମମତା ବାନାର୍ଜୀ -୮ ପ୍ରତିଶତ
4.ଏଥିମଧ୍ୟରୁ କେହିଁ ନୁହଁନ୍ତି -୪୪ ପ୍ରତିଶତ