ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ। କେଉଁ ଜିଲ୍ଲାର କେଉଁ କେଉଁ ସ୍ଥାନରେ ଟିକାକରଣ ହେବ ସେନେଇ ସମସ୍ତ ପୂର୍ବ ପ୍ରସ୍ତୁତି ସରିସାରିଛି । ତେବେ ରାଜଧାନୀରେ ମୋଟ୍ ୬ଟି ଟିକାକରଣ କେନ୍ଦ୍ର କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି ସାରିଛନ୍ତି। ରାଜଧାନୀରେ କେବଳ କୋଭାକ୍ସିନ ଟିକା ଦିଆଯିବ। ଅନ୍ୟ ସବୁଠାରେ କୋଭିସିଲଡ୍ ଟିକା ଦିଆଯିବ। ରାଜଧାନୀରେ ମୋଟ୍ ୫ଟି ଟିକାକରଣ କେନ୍ଦ୍ର କରାଯାଇଥିଲା । ତେବେ ଏମସକୁ ମିଶାଇ ଏହି ଟିକାକରଣ କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ହୋଇଛି ।
ସୂଚନା ମୁତାବକ, ଭୁବନେଶ୍ୱରରେ ଦୈନିକ ଶହେଜଣଙ୍କୁ କରୋନା ଟିକା ଦିଆଯିବ। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ଏଠାରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ। ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ। ଏନେଇ ବିଏମସି କମିସନର ସୂଚନା ଦେଇଛନ୍ତି।