ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଫିକା ପଡ଼ିଛି ସବୁ ଉତ୍ସବ ମହୋତ୍ସବ। ଏଥିସହିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ମଧ୍ୟ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି। ସକାଳ ୮ଟା ୩୦ରେ ପତାକା ଉତ୍ତୋଳନ କରାଯିବ। ତା ପରେ ରାଷ୍ଟ୍ରୀୟ ସଂଗୀତ ଗାନ କରାଯିବ। ପରେଡରେ କେବଳ ପୁଲିସ ହିଁ ସାମିଲ ହେବେ।