ସନ୍ଷ୍ଟାର ଟିଭି ବ୍ୟୁରୋ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିର୍ମମ ହତ୍ୟାକାଣ୍ଡ । ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଅଲଗା ଅଲଗା ସ୍ଥାନରେ ପକାଯାଇଥିବା ଦେଖିବାକୁ ମିଳିଛି । ତେବେ ଖଣ୍ଡ ବିଖଣ୍ଡିତ ଶରୀରଟି ସୁନ୍ଦରଗଡ଼ ଜିଲ୍ଲା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂହଙ୍କ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଗତ ଗୁରୁବାର ଦିନ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ନିକଟରେ ରମେଶ ସିଂହଙ୍କ ନିଖୋଜ ଏତଲା ଦେଇଥିଲେ ରମେଶ ସିଂହଙ୍କ ପରିବାର ଲୋକେ ।
ଏହାପରେ ପୋଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା । ଗତକାଲି ୧୦ ନମ୍ବର ରାଜ୍ୟ ରାଜପଥର ଟୋଲ୍ଗେଟ୍ ବାଇପାସ୍ ନିକଟ ଏକ ବିଲରୁ ରମେଶଙ୍କ କଟା ହାତ ଉଦ୍ଧାର କରାଯାଇଥିଲା। କଟା ହାତ ମିଳିବାର ଦୀର୍ଘ ୪ ଘଣ୍ଟା ପରେ ଭବାନୀପୁରରେ ନିର୍ମାଣାଧିନ ଶୀତଳଭଣ୍ଡାର ନିକଟ ଏକ ପୋଖରୀରେ ତାଙ୍କ ଶରୀର ଭାସୁଥିଲା । ସେହି ପୋଖରୀରୁ ଆଉ ଏକ ହାତ ଓ ଗୋଡ, ମୁଣ୍ଡ ମିିଳିଛି । ଆଉ ଏକ ଗୋଡ ଏଯାଏଁ ମିଳିପାରିନାହିଁ । ଅଗ୍ନିଶମ ବିଭାଗ ଦ୍ଵାରା ଆଉ ଏକ ଗୋଡ ଖୋଜା ଚାଲିଛି ।