ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ଵ ହିନ୍ଦୁ ପରିଷଦ ଆଜିଠାରୁ ନିଧି ସମର୍ପଣ ଅଭିଯାନ ଆରମ୍ଭ କରିଛି । ତେବେ ରାମ ମନ୍ଦିର ପାଇଁ ଏହି ଚାନ୍ଦା ଆଦାୟ ଅଭିଯାନକୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆରମ୍ଭ କରି ୫ ଲକ୍ଷ ୧୦୧ଟଙ୍କା ଚେକ୍ ଦାନ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ବିଶ୍ଵ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏକ ପ୍ରତିନିଧି ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ,ତାଙ୍କୁ ଭେଟିବା ସମୟରେ ରାଷ୍ଟ୍ରପତି ପ୍ରଭୁଙ୍କ ମନ୍ଦିର ନିର୍ମାଣ ପାଇଁ ନିଜ ତରଫରୁ ଏହି ଭେଟି ଦେଇଛନ୍ତି ।
ସୂଚନା ଅନୁଯାୟୀ, ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ଵାମୀ ଗୋବିନ୍ଦ ଦେବ ଗିରି ମହାରାଜ ଏବଂ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାରଙ୍କ ସମେତ ବିଏଚପିର ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏହା ସହ ମନ୍ଦିର ନିର୍ମାଣକୁ ନେଇ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
ତେବେ ଫେବ୍ରୁଆରୀ ୨୭ ଯାଏଁ ଏହି ଚାନ୍ଦା ଆଦାୟ କାର୍ଯ୍ୟ ଚାଲିବ। ଚାନ୍ଦା ପାଇଁ ୧୦ ଟଙ୍କା, ୧୦୦ ଟଙ୍କା, ୧ ହଜାର ଟଙ୍କିଆ କୁପନ ରହିଛି। ସେହିପରି ଦୁଇ ହଜାରରୁ ଅଧିକ ସାହାଯ୍ୟ କରୁଥିବା ଲୋକଙ୍କୁ ରସିଦ ଦିଆଯିବ। ଆଉ ଏହି ଅର୍ଥରେ ପ୍ରଭୁ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ।
संपूर्ण देश में आज प्रारम्भ हुआ श्रीराममंदिर निधि समर्पण अभियान। महामहिम @rashtrapatibhvn श्री रामनाथ कोविंद जी ने भी अपना व्यक्तिगत समर्पण अपने परिवार के साथ देकर अभियान हेतु शुभकामनाएं दीं। pic.twitter.com/ZpEDXRVDzj
— Vishva Hindu Parishad -VHP (@VHPDigital) January 15, 2021