ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଏକ କମ୍ପାନୀ ଗଠନ କରି ବଡ଼ ବଡ଼ ଦାବି କରିଥିଲେ ଏବଂ ସିଧାସଳଖ ମୁକେଶ ଅମ୍ୱାନୀ (Mukesh Ambani) ଙ୍କ ରିଲାଏନ୍ସ କମ୍ପାନୀ (RIL) କୁ ଚୂନା ଲଗାଇଦେଇଛନ୍ତି । ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଉକ୍ତ ବ୍ୟକ୍ତିଙ୍କ କମ୍ପାନୀର ୪.୮୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ଯେଉଁ ବ୍ୟକ୍ତି ଜଣଙ୍କ ଏହି ଘୋଟାଲାରେ ସଂପୃକ୍ତ ଅଛନ୍ତି ସେ ହେଉଛନ୍ତି କଲ୍ପେଶ ଦପ୍ତରୀ । ସେ ସଙ୍କଳ୍ପ କ୍ରିଏସନ୍ ପ୍ରାଇଭେଟ ଲିମିଟେଡ୍ ନାମକ କମ୍ପାନୀ ଖୋଲିଥିଲେ । କଲ୍ପେଶ ଦପ୍ତରୀ ଏହାର ନିର୍ଦ୍ଦେଶକ । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇ ସ୍ଥିତ ଏକ ବ୍ୟବସାୟିକ କମ୍ପ୍ଲେକ୍ସ ଏବଂ ରାଜକୋଟରେ ଅବସ୍ଥିତ ଚାରୋଟି ବ୍ୟବସାୟିକ କର୍ମଶାଳା ସାମିଲ ରହିଛି ।
ED ଅଭିଯୋଗ କରିଛି ଯେ କଲ୍ପେଶ ଦପ୍ତରୀ କିଛି ଲୋକଙ୍କ ସହ ମିଶି ସ୍ୱତନ୍ତ୍ର କୃଷି ଏବଂ ଗ୍ରାମ ଶିଳ୍ପ ଯୋଜନା ସହିତ ୧୩ଟି ଲାଇସେନ୍ସ ଜାଲିଆତି କରିଛନ୍ତି । ଏବଂ ସେଗୁଡ଼ିକୁ ହିନ୍ଦୁସ୍ତାନ କଣ୍ଟିନେଣ୍ଟାଲ୍ ଲିମିଟେଡ୍ ନାମକ କମ୍ପାନୀର ଚାଲାଣ ଅନ୍ତର୍ଗତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ବିକ୍ରି କରିଦେଇଥିଲା । କଲ୍ପେଶଙ୍କ ସହ ଏହି ଘୋଟାଲାରେ ଅହମ୍ମଦ, ପୀୟୁଷ ବୀରମଗାମା, ବିଜୟ ଗଢ଼ିଆ ଆଦିଙ୍କ ନାମ ମଧ୍ୟ ନିଆଯାଉଛି ।
ଇଡି ଅନୁଯାୟୀ, ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ୧୩ଟି ସ୍ୱତନ୍ତ୍ର କୃଷି ଏବଂ ଗ୍ରାମ ଶିଳ୍ପ ଯୋଜନା ଲାଇସେନ୍ସ ବିକ୍ରୟ ପାଇଁ ବିଭିନ୍ନ କମ୍ପାନୀର ଆକାଉଣ୍ଟରେ ୬.୮ କୋଟି ଟଙ୍କା ମିଳିଛି । ଏହି ପରିମାଣ ଅନେକ କମ୍ପାନୀରେ ପ୍ରସାରିତ ହୋଇଥିଲା । ଏହାର ଅର୍ଥ ଗୋଟିଏ କମ୍ପାନୀରୁ ଟଙ୍କା ଅନ୍ୟ କମ୍ପାନୀକୁ ତା’ପରେ କଲ୍ପେଶ ଦପ୍ତରୀ ଏବଂ ଅନ୍ୟମାନେ ଏହି ଟଙ୍କା ବ୍ୟବହାର କରିଥିଲେ ।