ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy-nandigoshtv)
କେନ୍ଦୁଝର: ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫୋଟୋ ଉତ୍ତୋଳନ ଯୁବକଙ୍କୁ ପଡିଛି ମହଙ୍ଗା । ନିର୍ଧୁମ ମାଡ ଦେବା ପରେ ପୁଲିସ ହେପାଜତରେ ଦେଇଛନ୍ତି ମଲ୍ କର୍ତ୍ତୁପକ୍ଷ । ସୂଚନା ଅନୁସାରେ କେନ୍ଦୁଝରର ଏକ ମଲର ଟ୍ରାଏଲ ରୁମରେ ଯୁବତୀ ଡ୍ରେସ ଦେଖୁଥିବା ସମୟରେ ପାଖ ଟ୍ରାଏଲ ରୁମର କାନ୍ଥ ଉପରୁ ମୋବାଇଲ୍ କ୍ୟାମେରା ସାହାଯ୍ୟରେ ଯୁବତୀଙ୍କ ଫୋଟୋ ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ ଜଣେ ଯୁବକ ।
ଏହାକୁ ଦେଖି ସଙ୍ଗେ ସଙ୍ଗେ ଯୁବତୀ ଜଣଙ୍କ ଚିଲ୍ଲାଇ ଥିଲେ ଯାହା ଫଳରେ ଆଖପାଖରେ ଥିବା ଗ୍ରାହକ ଓ ମଲ କର୍ମଚାରୀ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଯୁବକକୁ କାବୁ କରି ମାଡ ମାରିବା ସହ ପୁଲିସ ହେପାଜତରେ ଦେଇଥିଲେ । ଟାଉନ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ ଯୁବତୀ । ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଯୁବକଙ୍କୁ ହେପାଜତକୁ ନେଇଛି । ଆଇପିସି ଧାରା ୩୫୪ ସି, ଡି ଓ ୫୦୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।