ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତାକାଲି ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରି ସାରିଥିବାବେଳେ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ସାରା ରାଜ୍ୟରେ ଗାଇଡଲାଇନ ଜାରି କରିଛି । ଏହି ଗାଇଡଲାଇନ ଅନୁଯାୟୀ, ୧୮ ବର୍ଷରୁ କମ୍, ଗର୍ଭବତୀ ମହିଳା ଓ ପ୍ରସୂତିମାନେ ଟିକା ନେଇପାରିବେ ନାହିଁ । ଏହା ସହ କୋଭିଡ ଆକ୍ରାନ୍ତ, ଅସୁସ୍ଥ ବ୍ୟକ୍ତି ମଧ୍ୟ କରୋନା ଟିକା ନେଇ ପାରିବେ ନାହିଁ । ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଟିକା ନେବେ ଟିକାକରଣ ନେବା ପରେ ଅଧଘଣ୍ଟା ସମୟ ଯାଏ ଅବଜରଭେସନରେ ରହିବେ । ଏନେଇ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।