ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉଲକେଲା: ରାଉଲକେଲାରେ ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ହୋଇଛି । ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଠକେଇ ହୋଇଛି।
ତ୍ରିନେତ୍ର ଟ୍ରେଡରସ୍ ନାମକ କମ୍ପାନୀ ଖୋଲାଯାଇ ୭୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପ୍ରକୃତରେ ଝୁନୁ ପ୍ରଧାନ ପାମ୍ପଡ଼, ବଡି ତିଆରି କରି ପରିବାର ଚଳାନ୍ତି। ତେବେ ଏହି ବସ୍ତିର ଜଣେ ବ୍ୟକ୍ତି ଲୋନ୍ କରାଇଦେବା ନାଁରେ ତାଙ୍କଠାରୁ ଡକ୍ୟୁମେଣ୍ଟ ନେଇ ଏସବୁ କାରନାମା କରିଥିବା ଝୁନୁ ଅଭିଯୋଗ କରିଛନ୍ତି। ଗରିବ ଲୋକଙ୍କୁ ମୋହରା ବନାଇ କୋଟି କୋଟି ଟଙ୍କାର ଜିଏସ୍ଟି ଫାଙ୍କି ନେଉଥିବା ଏବେ ନିତିଦିନିଆ ଘଟଣା ହୋଇଛି।