ସନ୍ଷ୍ଟାର ଟିଭି ବ୍ୟୁରୋ
ଜାକର୍ତ୍ତା: ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍କା ଅନୁଭବ କରିଛନ୍ତି ଇଣ୍ଡୋନେସିଆର ସୁଲାୱେସି ଆଇଲ୍ୟାଣ୍ଡର ଅଧିବାସୀ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୨ ରେକର୍ଡ କରାଯାଇଛି । ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭୂକମ୍ପରେ ଅନେକ ବିଲ୍ଡିଂ ଭୁଶୁଡ଼ି ମାଟିରେ ମିଶି ଯାଇଛି । ଭୂକମ୍ପର ଉତ୍ପତ୍ତି ସ୍ଥଳ ମାଜେନେ ସହର ଠାରୁ ୬ କି.ମି. ଦୂରରେ ଥିଲା ।
ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଶୁକ୍ରବାର ଭୋର ସମୟରେ ୭ ସେକେଣ୍ଡ୍ ପାଇଁ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପ ପ୍ରଭାବରେ ବିଲ୍ଡି ଗୁଡିକ ଭୁଷୁଡି ପଡିଥିବାରୁ ଅନେକ ଅଂଚଳରେ ଯାତାୟାତ ବ୍ୟବସ୍ଥା ବନ୍ଦ କରାଯାଇଛି ।
ଇଣ୍ଡୋନେସିଆର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିର ପ୍ରାଥମିକ ରିପୋର୍ଟ ଅନୁସାରେ ଭୂକମ୍ପରେ ମାଜେନେ ସହରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି । ସେହିପରି ପଡ଼ୋଶୀ ମାମୁଜୁରେ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି ।