ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଡିଆର୍ଡିଓ (‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’) ଓ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍ଏମ୍ ମେସିନ୍ ପିସ୍ତଲ୍ ବିକଶିତ କରିଛନ୍ତି ବୋଲି ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏମ୍ହୋ ଠାରେ ଥିବା ସେନାର ପଦାତିକ ସ୍କୁଲ୍ ଏବଂ ପୁଣେରେ ଥିବା ‘ଡିଆର୍ଡିଓ’ର ‘ଆର୍ମାମେଣ୍ଟ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଇଷ୍ଟାବ୍ଲିସ୍ମେଣ୍ଟ୍’ ଏହି ଅସ୍ତ୍ରର ଡିଜାଇନ୍ କରିବା ସହ ଏହାକୁ ବିକଶିତ କରିଛନ୍ତି।
ତେବେ ମାତ୍ର ୪ ମାସ ସମୟ ମଧ୍ୟରେ ଏହି ପିସ୍ତଲଟି ବିକଶିତ ହୋଇଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏକ ବିବୃତିରେ ମନ୍ତ୍ରାଳୟ କହିଛି, ଏହି ମେସିନ୍ ପିସ୍ତଲ୍ ‘ଇନ୍-ସର୍ଭିସ୍ ୯ ଏମ୍ଏମ୍’ ଗୁଳି ବର୍ଷଣ କରେ। ଏହାର ଉପର ଭାଗ ରିସିଭର୍ଟି ବିମାନ ନିର୍ମାଣରେ ବ୍ୟବହୃତ ଆଲ୍ମିନିୟମ୍ରେ ତିଆରି ହୋଇଥିବା ବେଳେ ତଳଭାଗର ରିସିଭର୍ଟି କାର୍ବନ୍ ଫାଇବର୍ରେ ତିଆରି। ଏହି ପିସ୍ତଲ୍ର ବିଭିନ୍ନ ଅଂଶର ଡିଜାଇନ୍ ଓ ପ୍ରୋଟୋଟାଇପ୍ ପ୍ରସ୍ତୁତି ନିମନ୍ତେ ଥ୍ରିଡି ପ୍ରିଣ୍ଟିଙ୍ଗ୍ ପ୍ରକ୍ରିୟା ବ୍ୟବହାର କରାଯାଇଥିଲା।
ତେବେ ଦେଶ ବିଦ୍ରୋହ ଓ ଆତଙ୍କବାଦକୁ ଦମନ ମୁକାବିଲା ସମୟରେ ଏହି ମେସିନ୍ ପିସ୍ତଲ୍ ସଶସ୍ତ୍ର ବାହିନୀରେ ବ୍ୟକ୍ତିଗତ ଅସ୍ତ୍ରଭାବେ କାମ ଦେବ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ରହିଛି।