ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ୨୦୨୦ ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟର ଶିଳାନ୍ୟାସ କରିଥିଲେ । ତେବେ ନୂଆ ସଂସଦ ଭବନର ଆକୃତି ତିନି କୋଣୀୟ ବିଶିଷ୍ଟ ରହିବ। ୨୦୨୨ରେଦେଶର ୭୫ତମ ସ୍ଵାଧୀନତା ଦିବସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ନୂତନ ସଂସଦ ଭବନର ନିର୍ମାଣ ଟାଟା ପ୍ରୋଜେକ୍ଟସ୍ ଲିମିଟେଡ ଦ୍ଵାରା କରାଯାଉଛି। ଏଥିରେ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ନିର୍ମାଣ କାର୍ଯ୍ୟରେ ୩୫ ଦିନ ବିଳମ୍ବ ହେବା ସତ୍ତ୍ଵେ ଠିକ୍ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।