ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଓ ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦରେ ଆଜି ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିଛି ଜାତୀୟ କଗ୍ରେଂସ । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖାଯାଇଛି ।ଏକ ବିଶାଳ ରାଲିରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, କୃଷକ କଂଗ୍ରେସ ଆଦି ମିଳିତ ହୋଇ ପାଓ୍ଵାର ହାଉସ ଛକରୁ ରାଜଭବନକୁ ଏକ ଶୋଭାଯାତ୍ରା କରିଥିଲେ ।
ରାଜଭବନକୁ ଘେରାଉ କରିବା ସହିତ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାରଙ୍କ ନୂତନ ୩ଟି କୃଷି ଆଇନ୍ ପ୍ରତ୍ୟାହାର ଓ ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦର ଦାବିପତ୍ର ଦେଇଥିଲେ । ଏହି ରାଲିରେ କଂଗ୍ରେସର ତୁଙ୍ଗ ନେତା ସୁରେଶ ରାଉତରାୟ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ପ୍ରଭାରୀ ଭକ୍ତ ଦାଶ, ରାମ ଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଦାବି ଲୋକଙ୍କ ଦାବି ଓ ଆମ ଦାବିକୁ ସରକାର ମାନିବାକୁ ବାଧ୍ୟ’ ବୋଲି କହିଥିଲେ କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ।