ସନ୍ଷ୍ଚାର ଚିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା କାଲିଠୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଟିକାର ଶୁଭାରମ୍ଭ କରିବେ । ତେବେ ଆସନ୍ତା କାଲି ମଧ୍ୟ କରୋନା ଟିକାକରଣ କରିବା ପାଇଁ ପଞୀକୃତ ଆପ୍ କୋ-ୱିନ୍ ଆପ୍ର ଲଞ୍ଚ କରାଯିବ । ପ୍ରଧାନମନ୍ତ୍ରୀ ଆସନ୍ତା କାଲି ଏହି ଆପ୍ର ଲଞ୍ଚ କରିବେ । ଏହି ଆପ୍ ଜରିଆରେ କରୋନା ଟିକା ନେବା ପାଇଁ ପୂର୍ବରୁ ପଞିକୃତ କରିବାକୁ ପଡିବ । ତେବେ ଏହି ଆପ୍ ଭଳି କିଛି ନକଲି ଆପ୍ ମଧ୍ୟ ଆପ୍ ଷ୍ଟୋର ଗୁଡିକରେ ଘୁରିବୁଲୁଛି । ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଟିକାକରଣ ସହ ଜଡିତ ସମସ୍ତ ତଥ୍ୟ ଏହି ଆପ୍ରେ ଉପଲବ୍ଧ ରହିଛି । ଏହି ଆପ୍ ଭ୍ୟାକ୍ସିନ ନେଇଥିବା ଲୋକମାନଙ୍କୁ ଟ୍ରାକ୍ କରିବ ଏବଂ ସେମାନଙ୍କୁ ଭ୍ୟାକ୍ସିନ୍ ସାଇଟ୍ ବିଷୟରେ ତାରିଖ, ସମୟ ଓ ସୂଚନା ଦେବ । ଟିକାକରଣ ପ୍ରକ୍ରିୟାର ପୂର୍ବ ଏବଂ ପର ବିଷୟରେ ସୂଚନା ଦେବ । ଏହି ଆପ୍ ଭାରତରେ ଦିଆଯିବାକୁ ଥିବା ଭ୍ୟାକ୍ସିନର ସମ୍ପୂର୍ଣ୍ଣ ଡିଜିଟାଲ ଡାଟାବେସ୍ ହେବ ।
କୋୱିନ୍ ଆପ୍ ଲଞ୍ଚ ହେବାପରେ ଏହାକୁ ସମସ୍ତେ ଡାଉନଲୋଡ କରିପାରିବେ । ଏଥିରେ ହେଲଥକେୟାର ଏବଂ ଫ୍ରଣ୍ଟଲାଇନ୍ ୱାର୍କର୍ସମାନଙ୍କର ଡାଟା ରହିଛି । ଡାଉନଲୋଡ କରିବା ପରେ ଏହାକୁ ସେଲ୍ଫ ରେଜିଷ୍ଟ୍ରେସନ କରିପାରିବେ । ଆଧାରକାର୍ଡ କିମ୍ବା ଫଟୋ ଆଇଡି ଦ୍ଵାରା ଆବେଦକଙ୍କ ପରିଚୟ ଜଣାପଡିବ । ଏହି ଆପରେ ପ୍ରଥମ ମେସେଜ୍ ରେଜିଷ୍ଟ୍ରେସନ କନଫର୍ମ ହେବାପରେ ଆସିବ ଏହାପର ମେସେଜ ଟିକାକରଣ ଦିନ ସ୍ଥାନ ଏବଂ ଠିକଣା ଆସିବ । ସେହିପରି ତୃତୀୟ ମେସେଜରେ ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ତାରିଖ ସମ୍ପର୍କରେ ଆସିବ । ଚତୁର୍ଥ ମେସେଜରେ ଡିଜିଟାଲ ସାର୍ଟିଫିକେଟର ଲିଙ୍କ୍ ମିଳିବ । ଯାହାକୁ ଆପଣ ଡାଉନଲୋଡ କରିପାରିବେ ।କୋୱିନ ଆପରେ ୨୪ ଘଣ୍ଟା ହେଲ୍ପଲାଇନ୍ ସୁବିଧା ଉପଲବ୍ଧ ହେବ । ଏଥିରେ ଚାର୍ଟ ପାଇଁ ମଧ୍ୟ ଫିଚର ରହିବ । ତେବେ ଏହି ଆପ୍ ସାଧାରଣ