ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନୟାଗଡ ପରୀ ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ଜଣେ ଅନ୍ୟଜଣଙ୍କ ଉପରେ ଦୋଷ ଲଦିବାରେ ଲାଗଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରେସମିଟ ଡକାଇ ଗତ ୬ ତାରିଖ ଦିନ ସରକାର ହାଇକୋର୍ଟକୁ ପରୀ ହତ୍ୟା ସମ୍ପର୍କୀୟ କୌଣସି ଚିଠି ଦେଇନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଯାହାର ପ୍ରତ୍ରିକିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ଆଜି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ମିଟ ଡକାଇ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କୁ ନେଇ ଯେଉଁ ମତ ରଖିଛି ବିଜେପି ତାହା ଭିତ୍ତିହୀନ ଓ ଏସମ୍ପର୍କରେ ବିଜେପି ପାଖରେ କୌଣସି ତଥ୍ୟ ନାହିଁ ବୋଲି କହିଥିଲେ । ପରୀ ହତ୍ୟା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ ଓ ଏହି ଘଟଣାକୁ ନେଇ ବିଜେପି ହୀନ ରାଜନୀତି କରିବା ସହ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ଲେନିନ । ହାଇକୋର୍ଟ ତଦନ୍ତ ନେଇ ସନ୍ତୁଷ୍ଟ ଅଛନ୍ତି ବୋଲି ପ୍ରମାଣ ଦେଖାଇଛନ୍ତି ଲେନିନ ।