ସନ୍ଷ୍ଟାର ଟିଭି ବ୍ୟୁରୋ
ବିହାର: ବିହାରର ପାଟଣା ଇଣ୍ଡିଗୋ ଏୟାରପୋର୍ଟ ମ୍ୟାନଜର ରୂପେଶ ସିଂହ ହତ୍ୟାକାଣ୍ଡ ପରେ ନିତିଶ ଯାଦବ ପ୍ରଶ୍ନର ଘେର ମଧ୍ୟରେ ଫସି ଯାଇଛନ୍ତି । ବିହାରରେ ଗୋଟିଏ ଗୋଟିଏ ହତ୍ୟାକାଣ୍ଡ ବଢିଚାଲିଥିବା ବେଳେ ଅପରାଧିକ ମାମଲାରେ ଜେଡିୟୁ ସରକାରଙ୍କ ଉପରେ ପ୍ରଶ୍ନ ଉଠିଚାଲିଛି । ତେବେ ଗଣମାଧ୍ୟମର ଏକ ସାକ୍ଷାତକାରରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଅପରାଧ ସମ୍ପର୍କିତ ପ୍ରଶ୍ନ ଉପରେ କ୍ରୋଧିତ ହୋଇ ନୀତୀଶ କୁମାର ଜଙ୍ଗଲରାଜକୁ ଭୁଲିଗଲଣି ବୋଧେ ବୋଲି କହିଥିଲେ ।
ଏହା ପରେ ସେ ପୁଣି କହିଲେ ଯେ ରୂପେଶ କୁମାର ହତ୍ୟାକାଣ୍ଡ ଉପରେ ତଦନ୍ତ ଚାଲିଛି । ତାଙ୍କ ହତ୍ୟା ଘଟଣାରେ ସମସ୍ତେ ଦୁଃଖିତ । ଅପରାଧି କାହାର ଅନୁମତି ନେଇ ଅପରାଧ କରିନଥାଏ । ସାମ୍ଵାଦିକମାନେ ଏପରି ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି କହିଥିଲେ ନିତିଶ କୁମାର ।
ସେ ଲାଲୁ ଯାଦବ ଶାସନକୁ ମନେ ପକାଇ କହିଥିଲେ ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣା ଅଛି ଯେ ୨୦୦୫ ପୂର୍ବରୁ ରାଜ୍ୟର ଶାସନ କିପରି ଥିଲା । ପୂର୍ବରୁ କେତେ ଅପରାଧ ହେଉଥିଲା । ଆଇନ କାନୁନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ସମୟ ଯାଏଁ ନିତିଶ ଓ ଗଣମାଧ୍ୟମପ୍ରତିନିଧି ମଧ୍ୟରେ ଯୁକ୍ତି ତର୍କ ଲାଗିରହିଥିଲା ।