ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ସ୍ଥଳ ସେନା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ସଭାରେ ଭାରତୀୟ ସେନା ମୁଖ୍ୟ ଅଧିକାରୀ ଏମ୍ଏମ୍ ନରବଣେ ଦେଶକୁ ସମ୍ବୋଦିତ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବ ବର୍ଷ ଚୀନ –ଭାରତ ସୀମାରେଖାରେ ଚୀନର ଉତ୍ତେଜନା ମୂଳକ ପଦକ୍ଷେପ ପାଇଁ ଭାରତୀୟ ସେନାମାନେ ଚୀନକୁ କଡା ଜବାବ ଦେଇଥିଲେ । ଗଲବାନ ଘାଟିରେ ସହୀଦ ଯବାନଙ୍କ ବଳୀଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ।
ସେନା ମୁଖ୍ୟ ଆଉ ମଧ୍ୟ କହିଛନ୍ତି ଯେ ଚୀନ ସହ ଆଜିଯାଏଁ ଆଠ ଥର ଆଲୋଚନା ସରିଲାଣି । ଆମେ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଚାହୁଁ କିନ୍ତୁ ଆମର ଧୌର୍ଯ୍ୟର ପରୀକ୍ଷା କରିବା ସବୁଠୁ ବଡ ଭୁଲ ହୋଇପାରେ ।
କଠିନ ପରିସ୍ଥିତି ଆସିଲେ ମଧ୍ୟ ଭାରତୀୟ ସେନା ସବୁ ପରିସ୍ଥିତିର ସାମ୍ନା କରିବାକୁ ସବୁବେଳେ ସଜାଗ ରହିଥାନ୍ତି । ଦେଶର ସୀମାରେଖା ସମ୍ପୁର୍ଣ୍ଣ ଭାବେ ସୁରକ୍ଷିତ ରହିଛି ବୋଲି ଦେଶବାସୀଙ୍କୁ ଭରସା ଦେଇଛନ୍ତି ଏମ୍ଏମ୍ ନରବାଣେ ।
ସେ ଆଉ ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ସମର୍ଥନ କରୁଛି ।ଏବେ ମଧ୍ୟ ସୀମା ଆରପଟେ ଆତଙ୍କବାଦୀ ଲଞ୍ଚପ୍ୟାଡରେ ୩୦୦ରୁ ୪୦୦ ଆତଙ୍କବାଦୀ ରହିଛନ୍ତି । କିନ୍ତୁ ସେନା ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ।
Around 300-400 terrorists are sitting in training camps near the border to infiltrate into the Indian territory. Number of ceasefire violations went up by 44 per cent last year, which shows the nefarious intentions of Pakistan: Indian Army Chief General MM Naravane pic.twitter.com/s9FFFeFU2c
— ANI (@ANI) January 15, 2021
We are committed to finding the resolution of our disputes through discussions and political efforts but no one should commit the mistake of testing our patience: Indian Army Chief General MM Naravane https://t.co/2m9cbe3nTJ
— ANI (@ANI) January 15, 2021