ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି କୃଷକ ଓ କେନ୍ଦ୍ର ସରକାରଙ୍କ ମଧଅୟରେ ନବମ ବୈଠକ । ତେବେ ବିଜ୍ଞାନ ଭବନରେ କୃଷକ ଓ କେନ୍ଦ୍ର ସରକାର ପୁଣି ଏକାଠି ହୋଇଛନ୍ତି । ଆରମ୍ଭ ହୋଇଯାଇଛି କୃଷି ଆଇନକୁ ନେଇ ନବମ ବୈଠକ । ସୁପ୍ରିମ କୋର୍ଟଙ୍କ ଦ୍ଵାରା କମିଟି ଗଠନ ହେବା ପରେ ଏହା କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରଥମ ବୈଠକ ।ତେବେ କୃଷକ ସଂଗଠନ ଏବେ ମଧ୍ୟ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।କିନ୍ତୁ ସରକାର ଏବେ ମଧ୍ୟ ଏହାକୁ ସଂଶୋଧନ କରିବା ପ୍ରସ୍ତାବ ହିଁ ରଖିଛନ୍ତି ।
ତେବେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଛନ୍ତି ଯେ କୃଷକ ଆଇନ୍କୁ ଉଚ୍ଚ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି । ପିୟୁଷ ଗୋୟଲ ମଧ୍ୟ କୃଷକମାନଙ୍କୁ ଏହି ଆଇନର ଫାଇଦା ବିଷୟରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।ତେବେ ପୂର୍ବରୁ ମଧ୍ୟ ଏହିଭଳି ୮ଟି ବୈଠକ ଯାଇସାରିଛି । କିନ୍ତୁ କୌଣସି ବୈଠକରେ କିଛି ନିଷ୍କର୍ସ ବାହାରି ପାରିନାହିଁ ।