ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଣି ବିଫଳ ହୋଇଛି ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ବୈଠକ । ପୂର୍ବ ଆଲୋଚନା ଗୁଡିକ ଭଳି ଏଥର ମଧ୍ୟ ଫେଲ ମାରିଛି ଚାଷୀଙ୍କୁ ବୁଝାଇବା ପାଇଁ ସରକାରଙ୍କ ସମସ୍ତ ରଣ କୌଶଳ । ଚାଷୀ ଓ ସରକାର ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । କୃଷି ଆଇନକୁ ପ୍ରତ୍ୟାହାର ପରିବର୍ତ୍ତେ ସଂଶୋଧନ କରିବାକୁ କୃଷକମାନଙ୍କୁ ଯେତେ ବୁଝାଇଥିଲେ ମଧ୍ୟ କୃଷକ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ । ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ପ୍ରାୟ ୬ ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନାର କୌଣସି ଲାଭ ଦେଖାଯାଇନାହିଁ । ତେବେ ପୁଣି ୧୯ ଜାନୁୟାରୀରେ ଦଶମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଛନ୍ତି ଯେ କୃଷକ ଆଇନ୍କୁ ଉଚ୍ଚ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି । ପିୟୁଷ ଗୋୟେଲ ମଧ୍ୟ କୃଷକମାନଙ୍କୁ ଏହି ଆଇନର ଫାଇଦା ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ଯାଇଛି ।
ସୁପ୍ରିମ କୋର୍ଟଙ୍କ ଦ୍ଵାରା କମିଟି ଗଠନ ହେବା ପରେ ଏହା କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା । ପ୍ରାୟ ଏକ ମାସରୁ ଉର୍ଦ୍ଧ ହେବ ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି ।