ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଲ୍ଡରଙ୍କ ମନମାନିକୁ ରୋକିବା ପାଇଁ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଉମେଶ ଲଲିତ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ଶୁଣାଣୀ କରିଛନ୍ତି ଯେ ବିଲ୍ଡର ଯଦି ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଗ୍ରାହକଙ୍କୁ ଫ୍ଲାଟ ନ ଦେଇ ପାରନ୍ତି ତେବେ ସୁଧ ସହ ଟଙ୍କା ଫେରାଇବେ । ସେ କହିଛନ୍ତି ଯେ ଘର କିଣୁଥିବା ବ୍ୟକ୍ତି କିସ୍ତି କିମ୍ବା ଋଣ କରି ଟଙ୍କା ଦେବାକୁ ବାଧ୍ୟ ହୁଏ । ନଦେଲେ ବିଲ୍ଡର ଜରିମାନା ପକାଇବା ସହ ଟଙ୍କା ଦେବାକୁ ବାଧ୍ୟ କରେ । କିନ୍ତୁ, ବିଲ୍ଡର ଚୁକ୍ତି ଅନୁସାରେ ଫ୍ଲାଟ୍ ନଦେଲେ କାହିଁକି ଜରିମାନା ଲାଗିବ ନାହିଁ ।
ଯଦି ସମୟରେ ଗ୍ରାହକଙ୍କୁ ସର୍ତ୍ତ ମୁତାବକ ଫ୍ଲାଟ୍ ମିଳିବ ନାହିଁ ତ ବିଲ୍ଡରଙ୍କୁ ଜମା ଟଙ୍କାର ୯ ପ୍ରତିଶତ ସୁଦ୍ଧ ଟଙ୍କା ଅନୁସାରେ ମୂଳ ସହ ଫେରାଇବାକୁ ପଡ଼ିବ । ବିଲ୍ଡରଙ୍କ ମନମାନିକୁ ଖଣ୍ଡପୀଠ ଅନଫେୟାର୍ ବିଜନେସ୍ ପ୍ରାକ୍ଟିସ୍ ବିବେଚନା କରିଛନ୍ତି । ଗୁରୁଗ୍ରାମରେ ଅଧାପନ୍ତରିଆ ଭାବେ ପଡ଼ିଥିବା ପ୍ରୋଜେକ୍ଟ ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଧାର୍ଯ୍ୟ ସମୟରେ ବିଲ୍ଡର ଘର ନଦେଲେ ବିନା ବିତର୍କରେ ଘର କ୍ରେତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ସୁଧ ସହ ଫେରାଇବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ଆଦେଶ ପାଳନ ନକଲେ ଆବେଦନକାରୀଙ୍କୁ ୧ କୋଟି ୬୦ ଲକ୍ଷ ଟଙ୍କା ୧୨ ପ୍ରତିଶତ ସୁଦ୍ଧ ସହ ଦେବାକୁ ପଡ଼ିବ ।