ସନ୍ଷ୍ଟାର ଟିଭି ବ୍ୟୁରୋ
ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼େଇବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଅଛି । ପ୍ରତି ବର୍ଷ ଏହି ଅବସରରେ ଅହମଦାବାଦରେ ‘ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ’ ପାଳନ କରାଯାଏ। ଗୁଜରାଟରେ ‘ମକର ସ˚କ୍ରାନ୍ତି’ ଅବସରରେ ଗୁଡ଼ି ଉଡ଼ାଇବା ପରମ୍ପରା ବହୁ ପ୍ରାଚୀନ। ବିଶ୍ଵାସ କରାଯାଏ ଯେ, ପର୍ସିଆର ମୁସଲମାନମାନେ ଏହି ପରମ୍ପରା ଆରମ୍ଭ କରିଥିଲେ। ଏଥିରୁ ହିଁ ଏହାର ପ୍ରାଚୀନତା ଅନୁମାନ କରାଯାଏ । ତେବେ ୧୯୮୯ରେ ଏହା ଏକ ଆନ୍ତର୍ଜାତୀୟ ମହୋତ୍ସବର ରୂପ ନେଇଥିଲା । ସେହି ବର୍ଷ ପ୍ରଥମ ଥର ପାଇଁ ବହୁ ଦେଶର ପର୍ଯ୍ୟଟକ ଏହି ଉତ୍ସବରେ ଭାଗନେବା ସହ ଏହାକୁ ବିଶ୍ଵ ସ୍ତରୀୟ ମାନ୍ୟତା ମିଳିଥିଲା।
ଅହମଦାବାଦକୁ ‘ଗୁଜରାଟର ଗୁଡ଼ି ରାଜଧାନୀ’ ବୋଲି କୁହାଯାଏ। ‘ମକର ସ˚କ୍ରାନ୍ତି’ରେ ସକାଳ ପାଞ୍ଚଟାରୁ ଗୁଡ଼ି ଉଡ଼ା ଆରମ୍ଭ ହୋଇ ରାତି ଦଶଟା ପର୍ଯ୍ୟନ୍ତ ଚାଲିବା ସହ ସାବରମତୀ ନଦୀ କୂଳରେ ସର୍ବାଧିକ ଭିଡ଼ ଜମିଥାଏ । ପାଖାପାଖି ଆଠ-ଦଶ ଲକ୍ଷ ଲୋକ ଏହାକୁ ଉପଭୋଗ କରିବା ପାଇଁ ଆସନ୍ତି ।