ସନ୍ଷ୍ଟାର ଟିଭି ବ୍ୟୁରୋ
ଚାଷୀ ଆନ୍ଦୋଳନକୁ ନେଇ ଜୋରଦାର ଚାଲିଛି ରାଜନୀତି। । ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କ ବିବାଦୀୟ ମନ୍ତବ୍ୟ ଏବେ ଚର୍ଚ୍ଚା ଜୋର ଧରିଛି ।
ହେମା ଚାଷୀ ଆନ୍ଦୋଳନକୁ ନେଇ କହିଛନ୍ତି ଯେ, ହଜାର ହଜାର ସଂଖ୍ୟାରେ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ଚାଷୀମାନେ ଜାଣିନାହାନ୍ତି ନୂଆ କୃଷି ଆଇନରେ ଭୁଲ୍ କେଉଁଠି ରହିଛି। ତେବେ ନଜାଣି ଏମିତି ଆନ୍ଦୋଳନ କଲେ କଣ ଲାଭ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଚାଷୀଙ୍କ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟଳୟ ଯେଉଁ ରାୟ ଦେଇଛନ୍ତି ତାହାକୁ ସେ ସ୍ୱାଗତ ବି କରିଛନ୍ତି। କହିଛନ୍ତି, ଏହି ରାୟ ଚାଷୀଙ୍କୁ ଶାନ୍ତ କରିବାରେ ସହାୟକ ହେବ। ଯଦି ଆଲୋଚନା କରିବା ପରେ ବି ସେମାନେ କିଛି ନଶୁଣିବେ ତେବେ କଣ କରିହେବ ବୋଲି ପ୍ରଶ୍ନ କରିଛନ୍ତି ହେମା। ଏହାସହ ଚାଷୀମାନଙ୍କୁ କେହି ଜଣେ ଉସୁକାଉଥିବା ସେ ସନ୍ଦେହ କରିଥିଲେ ସୁଦ୍ଧା କାହାର ନାଁ ନେଇ ନାହାନ୍ତି।