ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି । ଆଜି ସଂସଦର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍( ପ୍ରତିନିଧି ସଭା)ରେ ଗୃହୀତ ହୋଇଛି। ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୧ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ପ୍ରସ୍ତାବ ବିରୋଧରେ ୧୯୭ ସାଂସଦ ଭୋଟ୍ ଦେଇଥିଲେ। କାର୍ଯ୍ୟକାଳ ସରିବା ପରେ ଏଭଳି ମହାଭିଯୋଗର ସମ୍ମୁଖୀନ ହେବାରେ ଟ୍ରମ୍ପ୍ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ।
ସଂଖ୍ୟାଗରିଷ୍ଠ ଥିବା ଡେମୋକ୍ରାଟ୍ ଦଳ ପକ୍ଷରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ୧୦ ଜଣ ରିପବ୍ଲିକାନ ସଦସ୍ୟ ମଧ୍ୟ ସମର୍ଥନ କରିଥିଲେ । ଟ୍ରମ୍ପ୍ଙ୍କ କାର୍ଯ୍ୟ ବିରୋଧୀ ଏବଂ ସଂସଦ ଭବନ ପରିସରରେ ହୋଇଥିବା ଦଙ୍ଗା ପାଇଁ ଟ୍ରମ୍ପ୍ ହିଁ ସଂପୂର୍ଣ୍ଣ ଦାୟୀ ବୋଲି ଡେମୋକ୍ରାଟ ସାଂସଦମାନେ କହିଥିଲେ। ତେବେ ଏହା ଦ୍ଵାରା ଟ୍ରମ୍ପ୍ ଏବଂ ତାଙ୍କ ଦଳ ପାଇଁ ବଡ଼ ଝଟ୍କା ଲାଗିଛି ।