ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର୍ଷର ପ୍ରଥମ ତଥା କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି । ଆସିବା ଠୁ ଯିବା ଯାଏଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୧୧ଟା ୨୫ରେ କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚକୁ ଯିବେ ।
ମଞ୍ଚରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବେ ନବୀନ । କାର୍ଯ୍ୟକ୍ରମ ସରିଲା ପରେ ୧୨ଟା ୧୫ରେ ନବୀନ ନିବାସ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। କରୋନା ଗାଇଡଲାଇନକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାଖାପାଖି 2500 ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । ତେବେ ମକର ସଂକ୍ରାନ୍ତିରେ କଳାହାଣ୍ଡିବାସୀଙ୍କୁ ୧୦୬୪ କୋଟି ଟଙ୍କାର ୫୪ ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।