ସନ୍ଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି: କଳାହାଣ୍ଡି ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନାରେ ତାଙ୍କୁ ପାଛୋଟି ନେଇଛନ୍ତି କଳାହାଣ୍ଡି ବାସିନ୍ଦା । କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ।ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ୧୦୬୪ କୋଟି ଟଙ୍କାର ୫୪ ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମକର ସଂକ୍ରାନ୍ତିରେ କଳାହାଣ୍ଡିବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ହେବ । ଯାହା ଦ୍ଵାରା ପଶ୍ଚିମ ଓଡ଼ିଶାର ଜଳସେଚନ ସମସ୍ୟା କୁ ଦୂର କରିବା ପାଇଁ କାର୍ଯ୍ୟକ୍ଷମ ହେବ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଳାହାଣ୍ଡି ଜିଲ୍ଲାର ଧର୍ମଗଡ, କୋକସରା ଓ ଜୟପାଟଣା ବ୍ଲକ୍ର ପାଖାପାଖି ୯୧ଟି ଗାଁର ଲୋକ ଉପକୃତ ହେବେ ।