ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏକ ମାସରୁ ଉର୍ଦ୍ଧ୍ଵ ଦିନ ଧରି ଶୀତ କାକରକୁ ଖାତିର ନକରି କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ରାଜଧାନୀରେ ରାସ୍ତାରେ ବସି ରହିଛନ୍ତି ଲକ୍ଷ ଲକ୍ଷ ଚାଷୀ । ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ପରେ ବୈଠକ ବସିଚାଲିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ ।
ଏଭଳି ପରିପ୍ରେକ୍ଷୀରେ ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ୪ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । ଚାରି ଜଣ ମଧ୍ୟରେ ଭାରତୀୟ କୃଷକ ସଂଗଠନର ଭୁପିନ୍ଦର ସିଂହ ମାନ, ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲ୍ଲାଟି(କୃଷି ବିଶେଷଜ୍ଞ), ଅନୀଲ ଶୋତକାରୀ ସାମିଲ ଥିଲେ । ଏନେଇ ୪ ଜଣିଆ କମିଟିର ବୈଠକ ଆସନ୍ତା କାଲି ବସିବାକୁ ଥିବା ବେଳେ ସଦ୍ୟ ସୂଚନା ମୁତାବକ ଏହି କମିଟିରୁ ଓହରି ଯାଇଛନ୍ତି ଭୂପିନ୍ଦର ସିଂ ମାନ । ଫଳରେ ଆସନ୍ତା କାଲି ବସିବାକୁ ଥିବା ବୈଠକକୁ ନେଇ ଅନିଶ୍ଚିନ୍ତତା ଦେଖା ଦେଇଛି ।
ଉଚ୍ଚନ୍ୟାୟାଦଳ ଦ୍ୱାରା ଗଠିତ କମିଟିରୁ ଓହରିଯିବା ପରେ ଶ୍ରୀ ମାନ କହିଛନ୍ତି କି ସେ କୃଷକ ମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କୃଷକଙ୍କ ସହିତ ଥିଲେ ଓ ଆଗକୁ ରହିବାକୁ ପ୍ରତିଶୃତି ଦେଇଛନ୍ତି । ସିଧା ସଳଖ ନ କହିଲେ ବି ସେ ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୃଷକ ବିରୋଧି ବୋଲି କହିବାକୁ ଯାଇ କହିଛନ୍ତି କି କୃଷକ ମାନଙ୍କର ହିତ ବିରୋଧରେ ସେ କେବେ ବି ଯିବେ ନାହିଁ ।