ସନ୍ଷ୍ଟାର ଟିଭି ବ୍ୟୁରୋ
ଆସନ୍ତାକାଲିଠାରୁ ୨୩ ତାରିଖ ଯାଏ ପର୍ଯ୍ୟଟନଙ୍କ ପାଇଁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଥିବାରୁ ୯ ଦିନ ଯାଏ ବନ୍ଦ ରହିବା ନେଇ ସୂଚନା ମିଳିଛି । ସେପଟେ ଭିତରକନିକା ଜାତୀୟ ଉଦ୍ୟାନରେ ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତି ଚାଲିଛି । ତେଣୁ ପର୍ଯ୍ୟଟକ କେବଳ ସ୍କିମ୍ ଭିତରେ ବୁଲିପାରିବେ । ହେଲେ ପର୍ଯ୍ୟଟକଙ୍କୁ ବୋଟିଂ ସୁବିଧା ମିଳିବ ନାହିଁ । କୁମ୍ଭୀରମାନେ ଦେଇଥିବା ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଭିତରକନିକାକୁ ବନ୍ଦ ରଖିବା ଅନ୍ୟ ଏକ କାରଣ। ତେବେ ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।