ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପୌରାଣିକ ପୃଷ୍ଠାରେ ରାମାୟଣ ଓ ରାମସେତୁ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ଏହାର ସତ୍ୟତା ଉପରେ ଆଜିବି ପ୍ରଶ୍ନବାଚୀ ସୃଷ୍ଟି କରନ୍ତି କେତେକ ଆଧୁନିକ ବିଦ୍ଵାନ ବ୍ୟକ୍ତି । ଏବେ ଏସବୁ ପ୍ରଶ୍ନବାଚୀ ଉପରୁ ହଟିବାକୁ ଯାଉଛି ପରଦା । କାରଣ ରାମସେତୁ ସମ୍ଵନ୍ଧରେ ଗବେଷଣା କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) । ଏହି ପ୍ରକଳ୍ପକୁ ପତ୍ନତତ୍ତ୍ଵ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ଅନୁମତି ଦେଇଥିବା ବେଳେ ଏହି ବର୍ଷରୁ ହିଁ ଏହାର ଗବେଷଣା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।
ଗଭୀର ସମୁଦ୍ର ଜଳର ତଳେ ଏହି ଗବେଷଣା କରାଯିବ । ଏହି ପ୍ରୋଜେକ୍ଟ ସମ୍ପର୍କିତ ବୈଜ୍ଞାନିକଙ୍କ କହିବା ଅନୁସାରେ, ରିସର୍ଚ୍ଚରେ ରାମସେତୂ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ । ଏହା ବି ଜଣାପଡିବ ଯେ, ରାମସେତୁ କେତେ ପୁରୁଣା ଓ ରାମ ସେତୁରେ ବ୍ୟବହାର ହୋଇଥିବା ସେହି ପଥରର ରହସ୍ୟ ।
ଭାରତର ତାମିଲନାଡୁ ଠାରୁ ଶ୍ରୀଲଙ୍କା ଯାଏଁ ଗଭୀର ସମୁଦ୍ର ମଧ୍ୟରେ ଲମ୍ବିଥିବା ପଥରର ଏକ ଶୃଙ୍ଖଳାକୁ ରାମସେତୁ କୁହାଯାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ, ତ୍ରୈତୟା ଯୁଗରେ ଭଗବାନ ଶ୍ରୀରାମ ରାବଣ ପାଖରୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା ପର୍ଯ୍ୟନ୍ତ ବାନର ସେନାର ସହାୟତାରେ ଏହି ସେତୁ ନିର୍ମାଣ କରିଥିଲେ । ଏଏସଆଇର ସେଣ୍ଟ୍ରାଲ ଆଡଭାଇଜରି ବୋର୍ଡ ସିଓଆଇଆର- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିଆନଗ୍ରାଫି(ଏନଆଇଓ)ର ଏକ ପ୍ରସ୍ତବକୁ ମଞ୍ଜୁରୀ ଦିଆଯାଇଛି । ଏହାର ଅର୍ଥ ଏବେ ଏହି ଇନଷ୍ଟିଚ୍ୟୁଟ୍ର ବୈଜ୍ଞାନିକ ରାମ ସେତୁରକୁ ନେଇ ରିସର୍ଚ୍ଚ କରିପାରିବେ ।