ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଆଉ ଦୁଇ ଦିନ ପରେ ଦେଶ ବ୍ୟାପି ଦିଆଯିବ କରୋନା ଟିକା । ରାଜ୍ୟରେ ଟିକା ପହଞ୍ଚିସାରିବା ପରେ ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ଓଡିଶା । ତେବ ଟିକା କିପରି ଦିଆଯିବ, କେମିତି ଦିଆଯିବ ଟିକା, କେମିତି ପରିଚାଳନା ହେବ ବ୍ୟବସ୍ଥା, ସେ ସଂପର୍କରେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏସ୍ସିବିରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏସ୍ସିବିର ୨୮ଜଣ ଡାକ୍ତର, ୪୪ଜଣ ଷ୍ଟାଫ୍ ନର୍ସ ଓ ସୁରକ୍ଷାକର୍ମୀଙ୍କୁ ତାଲିମ୍ ଦିଆଯାଇଥିଲା ।
କଟକ ଜିଲ୍ଲାରେ ଏସ୍ସିବି ସମେତ ୧୧ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।